ରେଲୱେ ଟ୍ରାକ ନିକଟରେ ବଡ଼ ବିସ୍ଫୋରଣ

ପାକିସ୍ତାନ କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୩ ମୃତ, ୪୭ ଆହତ

ପାକିସ୍ତାନର କ୍ବେଟା ସହରର ରେଲୱେ ଟ୍ରାକ ନିକଟରେ ବଡ଼ ବିସ୍ଫୋରଣ । ବିସ୍ଫୋରଣରେ ୨୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସରକାରୀ ହସପିଟାଲରେ ଇମରଜେନ୍ସୀ ଘୋଷଣା କରାଯାଇଛି । ବିସ୍ଫୋରଣ ଯୋଗୁଁ ଏକ ଟ୍ରେନ ଟାକରୁ ଖସିପଡିଥିଲା ।ସୂଚନା ମୁତାବକ, କ୍ବୋଟାର କେଣ୍ଟରୁ ଆସୁଥିବା ସଟଲ ଟ୍ରେନକୁ ଚମନ ଫାଟକ ନିକଟରେ ଟାର୍ଗେଟ କରାଯାଇଥିଲା । ଚମନ ଫାଟକ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରେନ । ବିସ୍ଫୋରଣରେ ଇଂଜିନ ସମତେ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ୨ଟି ବଗି ସଂପୂର୍ଣ୍ଣ ଭାବେ ଓଲଟି ପଡିଥିଲା । ପାର୍କିଂରେ ଥିବା ୧୦ଟି ଗାଡ଼ି ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ବିଲିଡିଂର କାଚ ଏବଂ ଝରକା ଭାଙ୍ଗି ଯାଇଥିଲା । ସଂପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ରେସକ୍ୟୁ ଅପରେସନ ଜାରି ରହିଛି । ଘଟଣା ପରେ ପେଶାୱରରୁ ଆସୁଥିବା ଜାଫର ଏକ୍ସପ୍ରେସକୁ କ୍ବୋଟା ରେଲଓେ୍ବ ଷ୍ଟେସନରେ ରୋକି ଦିଆଯାଇଛି

Leave a Reply

Your email address will not be published. Required fields are marked *