ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ

ରିପିଟ ନହେଉ ଦଳଚକଟା ଘଟଣା, କେମିତି ହେବ ଭିଡ଼ ନିୟନ୍ତ୍ରଣ ସେ ନେଇ ଆଲୋଚନା

ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ରାଜ୍ୟ ଅତିଥି ଭବନରେ ହୋଇଛି ବୈଠକ । ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼ ନିୟନ୍ତ୍ରଣ। ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରା ? କେମିତି ଭକ୍ତମାନେ ଦର୍ଶନ କରିବେ ? କେଉଁ ପଟେ ପଶିବେ ଆଉ କେଉଁ ପଟେ ବାହାରିବେ? କେତେ ସମୟ ଦର୍ଶନ ଚାଲିବ କେତେ ବେଳେ ପହଡ଼ ପଡିବ । ଏ ସମସ୍ତ ବିଷୟ ନେଇ ବୈଠକରେ ହୋଇଛି ଆଲୋଚନା ।ଦଇତା ପତି ନିଯୋଗ ଏନେଇ ପରାମର୍ଶ ଦେଇଛି । ଏହା ସହ ବୈଠକରେ ପୁରା ପ୍ରସ୍ତୁତି ନେଇ ହୋଇଛି ଆଲୋଚନା । କେମିତି ସେବାୟତଙ୍କ ମଧ୍ୟରେ ସମନ୍ୱୟ ରହିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଯେମିତି ସମସ୍ତ ରୀତିନୀତି ସମ୍ପନ୍ନ ହେବ ସେନେଇ ଦଇତାପତି ନିଯୋଗଙ୍କ ସହ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ରାଜ୍ୟ ଅତିଥି ଭବନରେ ବିଭିନ୍ନ ସେବାୟତ ନିଯୋଗକୁ ଡାକି ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ ।