ଶୁଭେନ୍ଦୁ ସରକାରଙ୍କ ନିଷ୍ପତ୍ତି

ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ବନ୍ଦେ ମାତରମ୍ ଗାଇବା ବାଧ୍ୟତାମୂଳକ

ପଶ୍ଚିମବଙ୍ଗର ବିଜେପି ସରକାର ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ପ୍ରତିଦିନ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । ପୂର୍ବରୁ ଏହି ନିୟମ କେବଳ ସାଧାରଣ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଲାଗୁ ଥିବାବେଳେ, ଏବେ ଏହାକୁ ମଦ୍ରାସା ଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି ।ପଶ୍ଚିମବଙ୍ଗର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ସରକାରୀ ମଡେଲ ମଦ୍ରାସା, ସ୍ୱୀକୃତିପ୍ରାପ୍ତ ସରକାରୀ ସହାୟତା ପ୍ରାପ୍ତ ମଦ୍ରାସା, ଅନୁମୋଦିତ MSK (ମଦ୍ରାସା ଶିକ୍ଷା କେନ୍ଦ୍ର), ଅନୁମୋଦିତ SSK (ଶିଶୁ ଶିକ୍ଷା କେନ୍ଦ୍ର) ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ବେସରକାରୀ (ଅଣ-ସହାୟତା ପ୍ରାପ୍ତ) ମଦ୍ରାସାରେ ଏହି ନିୟମ ଲାଗୁ ହେବ । ଦୈନିକ କ୍ଲାସ୍ ବା ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ହେଉଥିବା ସକାଳ ପ୍ରାର୍ଥନା ସଭାରେ ସମସ୍ତଙ୍କୁ ବନ୍ଦେ ମାତରମ୍ ଗାନ କରିବାକୁ ହେବ ଏବଂ ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ।

Leave a Reply

Your email address will not be published. Required fields are marked *