ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ୩ ଜଣ ନୂଆ ମୁହଁ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇଛନ୍ତି । ପ୍ରିନ୍ସ ଯାଦବ, ଗରନୁର ବ୍ରାର ଓ ହର୍ଷ ଦୁବେଙ୍କୁ ସୁଯୋଗ ମିଳିଛି । ଗିଲ୍ଙ୍କୁ କ୍ୟାପଟେନ୍ ଥିବା ବେଳେ ଦୁଇ ଭେଟେରାନ ରୋହିତ, କୋହଲି ମଧ୍ୟ ଦଳରେ ସାମିଲ୍ ରହିଛନ୍ତି । ଏହାଛଡ଼ା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଟିମ୍ରେ ୩ ନୂଆ ମୁହଁ ରହିଛନ୍ତି । ଗରନୁର ବ୍ରାର, ହର୍ଷ ଦୁବେ ଓ ମାନବ ସୁତାରଙ୍କୁ ମଧ୍ୟ ସୁଯୋଗ ମିଳିଛି । ସ୍ଥାନ ବଜାୟ ରଖିଲେ ୱିକେଟ୍ କିପର ପନ୍ତ, ରାହୁଲ ଉପଅଧିନାୟକ ଅଛନ୍ତି ।ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଘରୋଇ ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଦଳ ଘୋଷଣା କରାଯାଇଛି । ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ରେ ଗୋଟିଏ ଟେଷ୍ଟ ଏବଂ ତିନୋଟି ଦିନିକିଆ (ODI) ମ୍ୟାଚ୍ ଖେଳାଯିବ । ୨୦୨୭ ବିଶ୍ୱକପ୍କୁ ନଜରରେ ରଖି ଏହି ସିରିଜ୍ ପାଇଁ ଦଳରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଯୁବ ତାରକା ଶୁବମନ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।
