ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁ ଓ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ସ୍ଥାନରେ ବୁଲାକୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୁଲାକୁକୁରଙ୍କ ଆକ୍ରମଣରୁ ବାଦ ପଡ଼ୁନାହାନ୍ତି । ଦେଶର ବିଭିନ୍ନ ସହରରେ ବୁଲାକୁକୁରଙ୍କ ଆକ୍ରମଣ ନେଇ ଶତାଧିକ ଥାନାରେ ରିପୋର୍ଟ ହେବା ପରେ ଏହି ପ୍ରସଙ୍ଗରେ ରାୟ ଦେଇଛନ୍ତି ଅଦାଲତ। ନଭେମ୍ବର ୨୦୨୫ରେ ଦିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସଂଶୋଧନ ପାଇଁ ଦାୟର ହୋଇଥିବା ସମସ୍ତ ପିଟିସନକୁ ମଙ୍ଗଳବାର ଦିନ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।
