ମହିଳାଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା, ମାଗଣା ବସ୍ ଯାତ୍ରା

ଶୁଭେନ୍ଦୁଙ୍କ କ୍ୟାବିନେଟରେ ୫ ପ୍ରସ୍ତାବକୁ ମଞ୍ଜୁରୀ

ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ମହିଳାଙ୍କ ପାଇଁ ମାସିକ ୩ହଜାର ଟଙ୍କା, ମାଗଣା ବସ୍ ଯାତ୍ରା ଏବଂ ସପ୍ତମ ରାଜ୍ୟ ବେତନ କମିସନ ଗଠନ ଅନ୍ତର୍ଭୁକ୍ତ ରହିଛି। କ୍ୟାବିନେଟ ବୈଠକ ପରେ,ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଅଗ୍ନିମିତ୍ର ପାଉଲ ଏକ ପ୍ରେସ ବ୍ରିଫିଂରେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ସରକାର ଅନ୍ନପୂର୍ଣ୍ଣା ଯୋଜନାକୁ ଅନୁମୋଦନ କରିଛନ୍ତି, ଯାହା ଦ୍ବାରା ଜୁନ୍ ୧ ତାରିଖରୁ ମହିଳାମାନଙ୍କୁ ମାସିକ ୩,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଜୁନ୍ ୧ ତାରିଖରୁ ସରକାରୀ ବସ୍‌ରେ ମହିଳାମାନଙ୍କୁ ମାଗଣା ଯାତ୍ରା ଯୋଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ସରକାର ରାଜ୍ୟ ସରକାରଙ୍କ କର୍ମଚାରୀ, ସମ୍ପୃକ୍ତ ସାମ୍ବିଧାନିକ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ପାଇଁ ସପ୍ତମ ରାଜ୍ୟ ବେତନ କମିସନ ଗଠନକୁ ଅନୁମୋଦନ କରିଛନ୍ତି। ଏହା ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଲାଭ ଦେବ। ଏହା ବ୍ୟତୀତ, ଧାର୍ମିକ ବର୍ଗୀକରଣ ଉପରେ ଆଧାରିତ ଗୋଷ୍ଠୀଗୁଡ଼ିକୁ ସରକାରୀ ସହାୟତା ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *