୫% ଷ୍ଟାମ୍ପ ଡ୍ୟୁଟିରେ ହେବ ରେଜିଷ୍ଟ୍ରେସନ

ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ବଡ଼ ଆଶ୍ଵସ୍ତି

ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ବଡ଼ ଆଶ୍ଵସ୍ତି । ସରଳ ହେଲା ରେଜିଷ୍ଟ୍ରେସନ ପ୍ରକ୍ରିୟା । ଆପାର୍ଟମେଣ୍ଟ ପଞ୍ଜିକରଣ ସରଳୀକରଣ ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି । କମିଲା ଆପାର୍ଟମେଣ୍ଟ ଷ୍ଟାମ୍ପ ଡ୍ୟୁଟି । ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜିକରଣ ପାଇଁ ଆପାର୍ଟମେଣ୍ଟ ମାଲିକ ସଂଘକୁ ଦଲିଲ ପଞ୍ଜିକରଣ ଲାଗି ଷ୍ଟାମ୍ପ ଦେୟ ମାତ୍ର ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ ବିକ୍ରି ସମୟରେ ଆପାର୍ଟମେଣ୍ଟ ୟୁନିଟ ସହ ସାଧାରଣ କ୍ଷେତ୍ର ଓ ସୁବିଧାଗୁଡ଼ିକର ଅବିଭକ୍ତ ଅଂଶ ଉପରେ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଆନୁପୁତାକି ଭାବେ ଆଦାୟ ହେବ । ଏହାସହିତ ଆପାର୍ଟମେଣ୍ଟରେ ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ ପରିବର୍ତ୍ତେ କେବଳ ୫ ପ୍ରତିଶତ ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ । ପୂର୍ବରୁ ଭାରତୀୟ ଷ୍ଟାମ୍ପ ଅଧିନୟମରେ ଆବଶ୍ୟକ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିବା ପାଇଁ କ୍ୟାବିନେଟ ଅନୁମୋଦନ କରିଥିଲା ।

Leave a Reply

Your email address will not be published. Required fields are marked *