ବିଦେଶରେ ଚମକିଲେ ଓଡ଼ିଆ ପୁଅ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଆ ପୁଅ କିଶୋର

ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି । ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍‌ ୧୨ରେ ରହିବାକୁ ସକ୍ଷମ ହୋଇଛନ୍ତି । ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି । କିଶୋର ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିବା ବେଳେ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି ।