୧୫ ଦିନ ମଧ୍ୟରେ ମଦ ଦୋକାନ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ
ଥାଲପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟପ୍ ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଥିବା ୭୧୭ଟି ସରକାରୀ TASMAC ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦୁଇ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।ସୂଚନାନୁଯାୟୀ, ସ୍କୁଲ୍, କଲେଜ ଏବଂ ଧାର୍ମିକ ସ୍ଥଳ ନିକଟରେ ଥିବା ମଦ ଦୋକାନଗୁଡ଼ିକୁ ବନ୍ଦ କରିବା ପାଇଁ ଜନସାଧାରଣ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି । କିନ୍ତୁ ଏହା ଉପରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯଦିଓ ପ୍ରତ୍ୟେକ ଦଳ ତାମିଲନାଡୁରେ ମଦ ନିଷେଧ ପ୍ରତିଶ୍ରୁତି ଦେଇଥିଲେ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
