ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ମାମଲାରେ ୩ ସନ୍ଦିଗ୍ଧ ଗିରଫ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ -ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ବିହାର ଏବଂ ଉତ୍ତର ପ୍ରଦେଶର ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ତିନି ଜଣଙ୍କୁ ପଶ୍ଚିମବଙ୍ଗ ନିଆଯାଇଛି । ପଶ୍ଚିମବଙ୍ଗ ସିଆଇଡି କହିଛି, ବିହାରର ବକ୍ସରରୁ ମୟଙ୍କ ରାଜ ମିଶ୍ର, ଭିକି ମୌର୍ଯ୍ୟ ଏବଂ ଉତ୍ତର ପ୍ରଦେଶର ବାଲିଆରୁ ରାଜ ସିଂହକୁ ରବିବାର ରାତିରେ ଅଟକ ରଖାଯାଇଥିଲା । ଆଜି ସକାଳେ ସେମାନଙ୍କୁ ଗିରଫ କରାଯାଇଛି ।
