ବାଲିଅନ୍ତା ହତ୍ୟା ଘଟଣା, ଲାଗିନି ମବ୍ ଲିଞ୍ଚିଂ ଧାରା : କ୍ରାଇମବ୍ରାଞ୍ଚ ଡିଜି

ବାଲିଅନ୍ତା ହତ୍ୟା ଘଟଣା, ଲାଗିନି ମବ୍ ଲିଞ୍ଚିଂ ଧାରା : କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ସୌମ୍ୟଙ୍କୁ ପିଟି ପିଟି ହତ୍ୟା ଘଟଣାରେ ଲାଗିନି ମବ୍ ଲିଞ୍ଚିଂ ଧାରା । ୨ଟି ମାମଲାର ତଦନ୍ତ ଚାଲିଛି । ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟା ମାମଲାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଗତକାଲି ଟିମ୍ ସ୍ପଟ ଭିଜିଟ କରିଛି, ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି । ମୃତଦେହ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଫରେନସିକ୍ ରିପୋର୍ଟ ସଂଗ୍ରହ କରାଯିବ, ଡିଜିଟାଲ ଏଭିଡେନ୍ସ ସଂଗ୍ରହ କରାଯାଉଛି।

ସୋସିଆଲ ମିଡ଼ିଆରୁ ଫୁଟେଜ ଗୁଡିକୁ ମଧ୍ୟ ଅନୁଧ୍ୟାନ କରାଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଉଥିବ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ବିଶେଷ ମାମଲାରେ ମବ୍ ଲିଞ୍ଚିଂ ସେକ୍ସନ ଲଗାଯାଏ। ଜାତି, ଧର୍ମ ଆଧାରରେ ୫ରୁ ଊର୍ଦ୍ଧ୍ବଙ୍କ ସଂପୃକ୍ତି ଥିଲେ ଧାରା ଲାଗେ। ବାଲିଅନ୍ତା ଘଟଣାରେ FIRରେ ଏଭଳି ଅଭିଯୋଗ ହୋଇନି।ତେଣୁ ମବ୍ ଲିଞ୍ଚିଂ ଧାରା ଲାଗିନି। ଭିଡ଼ ହିଂସା ଓ ହତ୍ୟା ହୋଇଛି।

ତେଣୁ ମବ୍ ଲିଞ୍ଚିଂରେ ଦଣ୍ଡ ଯାହା ଏହି ଘଟଣାରେ ଦଣ୍ଡ ସମାନ। ମବ୍ ଲିଞ୍ଚିଂର ଦଣ୍ଡ ଏବଂ ହତ୍ୟାର ଦଣ୍ଡ ସମାନ। ଯିଏ ଘଟଣାସ୍ଥଳରେ ଥିଲେ ମବ୍ ଲିଞ୍ଚିଂରେ ସଂପୃକ୍ତ କହିହେବନି। ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଥିଲେ। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

Leave a Reply

Your email address will not be published. Required fields are marked *