୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
ଦକ୍ଷିଣ ଆଣାମାନ ସାଗରରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ ବାତ୍ୟାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଅନ୍ୟପଟେ କାଳବୈଶାଖୀ ଡରଉଛି । ଆସନ୍ତା ୧୩ ତାରିଖ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢୁଛି ଆଉ ଏହାରି ଭିତରେ ବାତ୍ୟାକୁ ନେଇ ଆସିଛି ବଡ଼ ଖବର । ଦକ୍ଷିଣ ଆଣ୍ଡାମାନ ସାଗରରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ । ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ୧୩ ତାରିଖ ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଓଡିଶା ଉପରେ ଥିବା ଟ୍ରପଲାଇନ ପ୍ରଭାବରେ କାଳବୈଶାଖୀ ସମ୍ଭାବନା ରହିଛି ।
