ଫାୟାର ଷ୍ଟେସନ ଓଭରବ୍ରିଜରେ ଭୟଙ୍କର ଦୁର୍ଘଟଣା

ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍

ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ । ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫାୟାର ଷ୍ଟେସନ ଓଭରବ୍ରିଜରେ ଘଟିଛି । ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ଟ୍ରକ୍ ଓଭରବ୍ରିଜ ଉପରେ ତିନୋଟି ଗାଡ଼ିକୁ ଧକ୍କା ଦେଇଥିଲା । ଆଜି ରାତି ୮.୧୫ ରୁ ରାତି ୮.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ​​ବୋଲି ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଟ୍ରକ୍ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛି । ସୂଚନା ପାଇବା ପରେ ଖଣ୍ଡଗିରି ପୋଲିସ ଟ୍ରାଫିକ୍ ପୋଲିସ ସହିତ ଘଟଣାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଯାଇଛି । ଖବର ଲେଖାହେବା ଯାଏ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *