ତାମିଲନାଡୁରେ ବିଜୟଙ୍କ ବଡ଼ ବିଜୟ

ହାରିଗଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ବିଜୟଙ୍କ ପାର୍ଟି ଆଗୁଆ

ତାମିଲନାଡୁ ରାଜନୈତିକ କାହାଣୀରେ ନୂଆ ମୋଡ଼ । ୨୦୨୬ ବିଧାନସଭା ନିର୍ବାଚନରେ ଥାଲାପତି ବିଜୟଙ୍କ ପାର୍ଟି ଟିଭିକେ କମାଲ୍ କରିଛି । ଟିଭିକେ ଶାସକ ଡିଏମକେକୁ ବଡ଼ ଝଟକା ଦେଇଛି । ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ହାରି ଯାଇଛନ୍ତି । କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କ ଠାରୁ ୯ ହଜାର ଭୋଟରେ ହାରିଯାଇଛନ୍ତି ଡିଏମକେ ସୁପ୍ରିମ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ।ନୂଆ ଦଳ ଟିଭିକେ ତାମିଲନାଡୁରେ ବହୁତ ସମର୍ଥନ ମିଳିଛି । ବିଜୟଙ୍କ ଲୋକପ୍ରିୟତା ବିପୁଳ ଜନମର୍ଥନରେ ପରିଣତ ହୋଇଛି । ୨୩୪ ସିଟ୍ ବିଧାନସଭାରେ ଟିଭିକେ ୧୦୩ ସିଟରେ ଆଗୁଆରେ ରହିଛନ୍ତି । ଡିଏମକେ ୭୫ ସିଟରେ ଆଗୁଆ ରହିଛି । ଏଆଇଡିଏମକେ ୫୭ ସିଟରେ ଆଗୁଆ ରହିଛି ।ଅପରାହ୍ନ ୪.୧୫ ସୁଦ୍ଧା, ଟିଭିକେ ୧୧ଟି ଆସନ ବିଜୟୀ ହୋଇଥିବା ବେଳେ ୯୬ଟି ଅନ୍ୟ ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଛି । ଶାସକ ଡିଏମକେ ୪ଟି ଆସନରେ ବିଜୟୀ ହୋଇଛି ଏବଂ ୬୭ଟି ଆସନରେ ଆଗୁଆ ରହିଛି । ତାମିଲନାଡୁରେ ସରକାର ଗଠନ ପାଇଁ ବହୁମତ ସଂଖ୍ୟା ୧୧୮ ହୋଇଥିବା ବେଳେ ଟିଭିକେ ସରକାର ଗଢ଼ିବା ନେଇ ଏକପ୍ରକାର ସ୍ଥିତି ସ୍ପଷ୍ଟ ହୋଇଛି । ବିଜୟଙ୍କ ପାର୍ଟି ଟିଭିକେକୁ ଯୁବ ଭୋଟରଙ୍କ ଦୃଢ଼ ସମର୍ଥନ, ଶାସନ ବିରୋଧୀ ଭାବନାର ଲାଭ ମିଳିଛି ।

Leave a Reply

Your email address will not be published. Required fields are marked *