ଆମ ବସ୍ ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ
ପୁଣି ଜୀବନ ନେଲା ଆମ ବସ । ରସୁଲଗଡ଼ରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଆମ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।ସୂଚନାନୁଯାୟୀ, ରବିବାର ଭୁବନେଶ୍ୱରର ବାଣୀବିହାର-ସତ୍ସଙ୍ଗ ବିହାର ରାସ୍ତା ନିକଟରେ ଏକ ବାଇକକୁ ଆମ ବସ୍ ଧକ୍କା ଦେଇଛି । ରୁଟ୍ ନଂ ୯୧ ରେ ଚାଲୁଥିବା OD ୩୩ U ୭୩୫୨ ନମ୍ବର ବିଶିଷ୍ଟ ଆମ ବସ୍ ଏକ ବାଇକ୍ (OD ୧୩ M ୪୫୨୦) ରେ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବସ୍ ଟି କଟକର ବିଜୁ ପଟ୍ଟନାୟକ ପାର୍କରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଯାଉଥିଲା। ମୃତ ବ୍ୟକ୍ତିଙ୍କ ସଠିକ୍ ପରିଚୟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନଥିଲେ ମଧ୍ୟ ସେ ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି ।ଭୁବନେଶ୍ୱରରେ ଆମ ବସ୍ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନେକ ଯାତ୍ରୀ ରାସ୍ତା ଅବରୋଧ କରିଥିଲେ ଏବଂ ଆମ ବସ୍ ର ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେମାନେ ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଆମ ବସ୍ କୁ ମଧ୍ୟ ବନ୍ଦ କରିଦେଇଥିଲେ।ସୂଚନା ପାଇ ସହିଦ ନଗର ଥାନା ପୋଲିସର ଏକ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
