୮ ବିଧାୟକଙ୍କ ସଭ୍ୟପଦ ରବ୍ଦ ପାଇଁ ପିଟିସନ
୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ। ଦଳ ବିରୋଧୀ କାର୍ଯ୍ୟ କରିଥିବା ସସପେଣ୍ଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ପିଟିସନ ଦାଖଲ କରିଛନ୍ତି । ଆର୍ଟିକିଲ ୧୯୧ ଅନୁସାରେ ସଭ୍ୟପଦ ରଦ୍ଦ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।ଗତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ଜଣ ବିଧାୟକ ଦଳୀୟ ହୁଇପ୍ ମାନିନଥିଲେ । ଏହାପରେ ଦଳ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ପରେ ବିଜେଡି ୬ଜଣ ବିଧାୟକଙ୍କୁ ଦଳରୁ ସସପେଣ୍ଡ କରିଥିଲା । ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ ଦଳୀୟ ନିଷ୍ପତ୍ତି ବିରୋଧରେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେଇଥିଲେ। ଏହାସହ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଥିଲା ।
