ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଶେଷ

ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଆଜି ରଥ ନିର୍ମାଣର ପଞ୍ଚମ ଦିନ ହୋଇଥିବା ବେଳେ, ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ । ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଖୁବଶୀଘ୍ର ଅଖ ନିର୍ମାଣ ପାଇଁ କାଠ ଆସି ରଥଖଳାରେ ପହଞ୍ଚିବ ବୋଲି ମୁଖ୍ୟ ବିଶ୍ଵକର୍ମା କହିଛନ୍ତି ।

Leave a Reply

Your email address will not be published. Required fields are marked *