ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଓ ତାମିଲନାଡ଼ୁ ନିର୍ବାଚନ: ଆଜି ପ୍ରଚାର ଶେଷ

ଆଜି ସରିବ ପ୍ରଚାର

ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ନେତାମାନେ ସୋମବାର ଜୋରଦାର ପ୍ରଚାର କରିଛନ୍ତି। ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମଧ୍ୟ ଆଜି ପ୍ରଚାର ଶେଷ ହେବ। ତେବେ ସୋମବାର ଦୁଇ ରାଜ୍ୟରେ ସମସ୍ତ ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ତୀବ୍ର କରିଛନ୍ତି। ବିଜେପି ଓ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିବାବେଳେ ତାମିଲନାଡ଼ୁରେ ଡିଏମ୍‌କେ -କଂଗ୍ରେସ ମେଣ୍ଟ ବିରୋଧରେ ଏଆଇଡିଏମ୍‌କେ ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଲଢ଼ୁଛି।

Leave a Reply

Your email address will not be published. Required fields are marked *