ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ଫଳ
ଆଜି ସରିଲା ମାଟ୍ରିକ ଖାତା ଦେଖା । ନିର୍ଭୁଲ ମୂଲ୍ୟାୟନ ସହ ବିନା ଦ୍ୱନ୍ଦରେ ସରିଛି ଖାତା ଦେଖା । ଆଜି ସକାଳ ସୁଦ୍ଧା ୪ ଜିଲ୍ଲାର ଖାତା ଦେଖା ସରିଯାଇଛି। ବୋର୍ଡକୁ ଖାତା ଗୁଡ଼ିକ ଅଣାଯାଇଛି । ଆଜିଠାରୁ ରେଜଲ୍ଟ ବାହାରିବା ଭିତରେ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ଆଉ ଏକ ମାସ ସମୟ ଲାଗିବ । ମେ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହର ଆରମ୍ଭରେ ବାହାରିବ ମାଟ୍ରିକ ଫଳ । ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ । ଯେଉଁମାନଙ୍କ ପେପର ଖରାପ ଥିବ ସେମାନେ ଏକ ମାସ ମଧ୍ୟରେ ସପ୍ଲିମେଣ୍ଟାରି ପରୀକ୍ଷା ଦେଇ ଆଉ ଏକ ମାସ ମଧ୍ୟରେ ରେଜଲ୍ଟ ପାରିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।
