ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀଙ୍କ ନାରେ ଥିବା ମାମଲା ଅଭିଯୋଗରେ ଚଢ଼ାଉ

ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଘରେ ପୋଲିସ

ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସ ଭବନରେ କେସିଙ୍ଗା ପୋଲିସର ଚଢାଉ। ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି ପୁଲିସ। ଗତ ଫେବୃଆରୀ ୧୫ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ ତହସିଲଦାର। ଆଜି ସକାଳୁ କେସିଙ୍ଗା ପୁଲିସର ଏକ ଟିମ ମନୋରମାଙ୍କ ସରକାରୀ ବାସ ଭବନରେ ଚଢ଼ାଉ କରିଥିଲେ ହେଁ ବିଧାୟିକା କିମ୍ବା ତାଙ୍କ ସ୍ୱାମୀଙ୍କୁ ପାଇନଥିଲେ।

Leave a Reply

Your email address will not be published. Required fields are marked *