ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିଲା ଅଣଲେଉଟା ରୁକୁଣା ରଥ
ଆଜି ପବିତ୍ର ଅଶୋକାଷ୍ଟମୀ । ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିଲା ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିଛନ୍ତି ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ଲକ୍ଷଲକ୍ଷ ଭକ୍ତଙ୍କ ସମାବେଶରେ ଉଛୁଳି ଉଠୁଛି ରଥଦାଣ୍ଡ । ରୁକୁଣା ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ହରିବୋଲ, ହୁଳହୁଳି ଶବ୍ଦ ସାଙ୍ଗକୁ ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଝାଞ୍ଜ, ଢୋଲ, ଭେରି, ତୂରୀର ସୁମଧୁର ଝଙ୍କାର ଏବଂ ଲୋକକଳା, ଲୋକନୃତ୍ୟର ସମାହାରରେ ରଥଦାଣ୍ଡ ପଡ଼ୁଛି ଉଠୁଛି । ରଥ ଆଗେ ଚାଲିଛି ବିଶାଳ ପଟୁଆର , ରାମେଶ୍ୱର ମନ୍ଦିର ଯାଏଁ ଗଡ଼ିବ ରଥ ।
