ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ

୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା

୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହି କ୍ରମରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ମଧ୍ୟରୁ ସବୁଠାରୁ ବଡ଼ ରାଜ୍ୟ ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ୨୯ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ ଓ ମେ’ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ସେହିଭଳି ଆସାମ ଓ କେରଳରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖରେ ମତଦାନ ହେବ । ସେହିଭଳି ତାମିଲନାଡ଼ୁରେ ଏପ୍ରିଲ ୨୩ ତାରିଖ ଓ ପୁଡ଼ୁଚେରୀରେ ଏପ୍ରିଲ ୯ ତାରିଖରେ ମତଦାନ ହେବ ।ଏସବୁ ରାଜ୍ୟରେ ମତଦାନ ସରିବା ପରେ ମେ’ ୪ ତାରିଖରେ ଇଭିଏମ ଖୋଲିବ

Leave a Reply

Your email address will not be published. Required fields are marked *