LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍

LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍

ଦେଶରେ ଏଲ୍‌ପିଜି ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସରକାର ଏହାର ବିକଳ୍ପ ଇନ୍ଧନ ସ୍ବରୂପ ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ପଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ଏବେ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଲୋକେ ଏଲପିଜିର ଅଭାବ ଦେଖାଯିବାର ଆଶଙ୍କାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସିଲିଣ୍ଡର ବୁକିଂ କରୁଛନ୍ତି।

ଯଦ୍ବାରା ଏହାର ଯୋଗାଣ ବାଧାପ୍ରାପ୍ତ ହେଉଛି। ଦେଶରେ ଦୈନିକ ୫୦ଲକ୍ଷ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଛି। ତେବେ କୌଣସି ବିତରକଙ୍କ ପାଖରେ ଏବେ ସିଲିଣ୍ଡର ଅଭାବ ନାହିଁ। ବୁକିଂ ଅନୁଯାୟୀ ସମସ୍ତ ଗ୍ରାହକଙ୍କୁ ସିଲିଣ୍ଡର ଯୋଗାଯାଉଛି। ସେହିପରି କୌଣସି ପେଟ୍ରୋଲ ଓ ଡିଜେଲ୍ ପମ୍ପରେ ଇନ୍ଧନର ଅଭାବ ନାହିଁ। ସମସ୍ତ ପମ୍ପଗୁଡିକରେ ପର୍ଯ୍ୟାପ୍ତ ମାତ୍ରାର ଇନ୍ଧନ ଯୋଗାଇ ଦିଆଯାଉଛି। ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ଆବଶ୍ୟକ ହେଉଥିବା ଏଲ୍‌ପିଜିର ୬୦% ବିଦେଶରୁ ଆମଦାନୀ ହୋଇଥାଏ। ଆଉ ଏହି ଆମଦାନୀର ୯୦% ହର୍ମୁଜ ପ୍ରଣାଳୀ ଦେଇ ଆମଦାନୀ ହୋଇଥାଏ। ତେଣୁ ଏହା ଏକ କଷ୍ଟକର ପରିସ୍ଥିତି। ପରିସ୍ଥିତିକୁ ମୁକାବିଲା କରିବା ଲାଗି ସରକାର ବିକଳ୍ପ ମାଧ୍ୟମକୁ ଆପଣାଉଛନ୍ତି।

Leave a Reply

Your email address will not be published. Required fields are marked *