ରାଜ୍ୟରେ ବଢ଼ୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା

ଦାଦନ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ

ରାଜ୍ୟରେ ବଢ଼ୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା । ରାଜ୍ୟ ବାହାରଙ୍କୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି । ୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୪,୧୦୬ରେ ପହଞ୍ଚିଛନ୍ତି । ଯାହା ବର୍ଷକରେ ୨୨ ହଜାର ବୃଦ୍ଧି ପାଇଛି । ଭୋଗରାଇ ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ।ରାଜ୍ୟ ବାହାରକୁ ଦାଦନ ଖଟି ଯିବା ଅର୍ଥାତ୍ ଦାଦନ ପ୍ରବଣ ଜିଲ୍ଲାରେ ସର୍ବେଗ୍ର ରହିଛି ବଲାଙ୍ଗୀର ଜିଲ୍ଲା । ୨୦୨୪ ଆର୍ଥିକ ବର୍ଷରେ ୪୯,୯୯୮ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିଲେ । ୨୦୨୫ରେ ଏହି ସଂଖ୍ୟା ୬୫,୩୦୯ରେ ପହଞ୍ଚିଛି । ସେହିପରି ବରଗଡ଼ ଭଳି କୃଷି ପ୍ରବଣ ଜିଲ୍ଲାରେ ମାଧ୍ୟ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି ବୋଲି ଶ୍ରମ ମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ ଗୃହରେ ତଥ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *