ସକାଳ ୬ଟା ୨୦ରୁ ପାକ ତ୍ୟାଗ, ଅନ୍ନ ଭୋଜନ ଓ ଦେବ ନୀତି ନିଷେଧ
ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ । ତାସହ ସେଦିନ ପଡୁଛି ଦୋଳ ପୂର୍ଣ୍ଣମୀ । କେତେବେଳେ ଗ୍ରହଣ ସ୍ପର୍ଶ କରିବ ? କେତେବେଳେ ସର୍ବ ମୋକ୍ଷ ହେବ ? ପାକ ତ୍ୟାଗ ଅବଧି କେତେ ଘଣ୍ଟା ରହିବ ? କେଉଁ ରାଶିର ବ୍ୟକ୍ତିଙ୍କୁ ଗ୍ରହଣ ଦର୍ଶନ ବାରଣ ? ସକାଳ ୬ଟା ୨୦ରୁ ପାକ ତ୍ୟାଗ, ଅନ୍ନ ଭୋଜନ ଓ ଦେବ ନୀତି ନିଷେଧ କରାଯାଇଛି । ଅପରାହ୍ନ ୩ଟା ୨୦ ମିନିଟ ୧୧ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ୬ଟା ୪୭ ମିନିଟ ୧୮ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ। ଗ୍ରହଣ ଛାଡିବା ପରେ ସନ୍ଧ୍ୟା ୬ଟା ୪୭ ପରେ ସ୍ନାନ ସାରି ଦେବନୀତି କରାଯିବ ବୋଲି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ସୂଚନା ଦେଇଛନ୍ତି ।ତେବେ ରୋଗୀ, ଶିଶୁ ଓ ବୟସ୍କଙ୍କ କ୍ଷେତ୍ରରେ ଏହା କୋହଳ କରାଯାଇଛି । ତେବେ ଗ୍ରହଣ ଲାଗୁଥିବା ସମୟରେ କେଉଁ କେଉଁ ରାଶିକୁ ଚନ୍ଦ୍ର ଦର୍ଶନ ମନା ? ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦର୍ଶନ ଅତି ଅଶୁଭ। ହେଲେ ମେଷ, ବୃଷ, ମିଥୁନ, କର୍କଟ, ତୁଳା ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କୌଣସି ଅସୁବିଧା ନାହିଁ ।
