ପୋଲିସ-ମାଓବାଦୀ ମୁହାଁମୁହିଁ

ପୋଲିସ-ମାଓବାଦୀ ମୁହାଁମୁହିଁ, ଟଳିଲେ ୨ମାଓବାଦୀ

କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ମାର୍ଚ୍ଚ ୩୧ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଯେଉଁ ପ୍ରକ୍ରିୟା ଚାଲିଛି, ସେଥିରେ କନ୍ଧମାଳ ଜିଲାରେ କିଛି ମାଓବାଦୀ ଆତ୍ମଗୋପନ କରିଛନ୍ତି । ଏହାକୁ ନେଇ କିଛି ଦିନ ହେଲା କମ୍ବିଂକୁ ଜୋରଦାର କରାଯାଇଛି । ଗତ ସପ୍ତାହରେ ରାଇକିଆ ଥାନା ଇନ୍ଦ୍ରଗଡ ପଞ୍ଚାୟତ ରେ ମଧ୍ୟ ପୋଲିସ ମାଓବାଦୀ ମୁହମୁହିଁ ହେବା ସହ ଗୁଳିବିନମୟ ହୋଇଥିଲା । ଏଥିରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *