ମଧ୍ୟବର୍ତ୍ତିକାଳୀନ (Interim) ବ୍ୟାପାର ସମ୍ମତିର ଫ୍ରେମ୍‌ୱାର୍କ ଉପରେ ସହମତି

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଆହୁରି ମଜବୁତ ହେବାର ସୂଚନା ମିଳିଛି । ଗତ ଶନିବାର ଦୁଇ ଦେଶ ମଧ୍ୟରେ ଏକ ଅନ୍ତର୍ବର୍ତ୍ତୀ ବା ମଧ୍ୟବର୍ତ୍ତିକାଳୀନ (Interim) ବ୍ୟାପାର ସମ୍ମତିର ଫ୍ରେମ୍‌ୱାର୍କ ଉପରେ ସହମତି ହୋଇଛି । ଏହି ଚୁକ୍ତି ଅନୁଯାୟୀ, ଆମେରିକାରୁ ଭାରତ ଆସୁଥିବା ଅନେକ ଖାଦ୍ୟସାମଗ୍ରୀ ଓ କୃଷି ଉତ୍ପାଦ ଉପରେ ଲାଗୁଥିବା ଟାରିଫ୍ କମାଇବ କିମ୍ବା ସମ୍ପୂର୍ଣ୍ଣ ହଟାଇବ । ଏହାର ଫଳରେ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଅନେକ ଆମେରିକୀୟ ଇମ୍ପୋର୍ଟ ସାମଗ୍ରୀ ଶସ୍ତା ହେବାର ଆଶା ରହିଛି ।ଡ୍ରାଇଡ୍ ଡିଷ୍ଟିଲର୍ସ ଶସ୍ୟ (DDG), ପଶୁ ଖାଦ୍ୟ ପାଇଁ ଲାଲ ସୋର୍ଘମ୍ ବା ଜ୍ୱାର, ଟ୍ରି ନଟ୍ସ, ତାଜା ଓ ପ୍ରୋସେସ୍ଡ ଫଳ, ସୋୟାବିନ୍ ତେଲ, ପ୍ୟାକେଜ୍ ହୋଇଥିବା ଖାଦ୍ୟ, ବିଭିନ୍ନ ଡାଲି ଏବଂ ମଦ ଏବଂ ସ୍ପିରିଟ୍ ସାମିଲ୍ । ଏହା ବ୍ୟତୀତ, ଲାପଟପ୍, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଉପକରଣଗୁଡ଼ିକର ମୂଲ୍ୟ ମଧ୍ୟ ହ୍ରାସ ପାଇବାର ଆଶା କରାଯାଉଛି । ଏହି ଶୁଳ୍କ ପରିବର୍ତ୍ତନଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାରେ ଉଲ୍ଲେଖିତ ପାରସ୍ପରିକ ପ୍ରତିଶ୍ରୁତିର ଏକ ଅଂଶ, ଯାହାର ଲକ୍ଷ୍ୟ ବାଣିଜ୍ୟ ଉତ୍ତେଜନା ହ୍ରାସ କରିବା ଏବଂ ଉଭୟ ପକ୍ଷର ବଜାର ପ୍ରବେଶକୁ ଉନ୍ନତ କରିବା ।ଦୁଇ ଦେଶ ଦ୍ୱାରା ଜାରି ଯୁଗ୍ମ ବିବୃତିରେ କୁହାଯାଇଛି ଯେ, ‘ଆମେରିକା ଓ ଭାରତ ସମାନତା ଓ ପାରସ୍ପରିକ ଲାଭ ଆଧାରିତ ବ୍ୟାପାର ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାର ଫ୍ରେମ୍‌ୱାର୍କ ଉପରେ ସହମତ ହୋଇଛନ୍ତି ।’ଏହି ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ପୂର୍ବରୁ ଲାଗୁ ହୋଇଥିବା ୫୦% ଟାରିଫ୍ କମେଇ ୧୮% କରିଦେବ । ଏହି ୫୦% ମଧ୍ୟରୁ ୨୫% ରୁଷିଆରୁ ତେଲ କ୍ରୟକୁ ନେଇ ପେନାଲ୍ଟି ଭାବେ ଲାଗୁ କରାଯାଇଥିଲା ।

Leave a Reply

Your email address will not be published. Required fields are marked *