ବଜେଟ୍‌ରେ ଓଡ଼ିଶା ପାଇଁ ବଡ଼ ଘୋଷଣା

ଓଡ଼ିଶାରେ ନିର୍ମାଣ ହେବ ଖଣିଜ କରିଡର ଏବଂ ୫ଟି ଜଳପଥ ଆରମ୍ଭ ହେବ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶର ଶିଳ୍ପ ଓ ଭିତ୍ତିଭୂମି ବିକାଶକୁ ଏକ ନୂଆ ଦିଶା ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ‘ଖଣିଜ କରିଡର’ ନିର୍ମାଣ ନେଇ ବଡ଼ ଘୋଷଣା କରିଛନ୍ତି ।ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡୁ ଏବଂ କେରଳରେ ଏହି ଖଣିଜ କରିଡର ପ୍ରତିଷ୍ଠା କରାଯିବ । ଏହି କରିଡରଗୁଡ଼ିକ ବିଶେଷ କରି ଖଣିଜ ସମ୍ପଦ ଭରପୂର ଅଞ୍ଚଳଗୁଡ଼ିକୁ ଶିଳ୍ପାଞ୍ଚଳ ଏବଂ ବନ୍ଦର ସହିତ ସିଧାସଳଖ ଯୋଡ଼ିବ । ୫ ବର୍ଷରେ ୨୦ ନୂଆ ଜଳ ମାର୍ଗ ଆରମ୍ଭ ହେବ । ଓଡ଼ିଶାରେ ନ୍ୟାସନାଲ୍ ୱାଟର ୱେ-୫ ଆରମ୍ଭ ହେବ । ତାଳଚେର-ଅନୁଗୁଳ-କଳିଙ୍ଗ ନଗରକୁ ପାରାଦୀପ ସହ ଯୋଡ଼ିବ ।ଏହି କରିଡର ନିର୍ମାଣ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ଏହା ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବିଶେଷ କରି ଓଡ଼ିଶାର ଖଣି ପ୍ରବଣ ଜିଲ୍ଲାଗୁଡ଼ିକରେ ଭିତ୍ତିଭୂମିର ବିକାଶ ହେବା ସହ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକାରୀମାନେ ଆକୃଷ୍ଟ ହେବେ ।

Leave a Reply

Your email address will not be published. Required fields are marked *