ଆଜି ଦିନ ୧୧ଟାରେ ବାରାମତିରେ ହେବ ଅଜିତ ପାୱାରଙ୍କ ଶେଷ କୃତ୍ୟ

ଆଜି ହେବ ଅଜିତ ପାୱାରଙ୍କ ଶେଷ କୃତ୍ୟ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଆଜି ଦିନ ୧୧ଟାରେ ବାରାମତିରେ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୂର୍ବରୁ ବାରାମତିରେ ପହଞ୍ଚି ସାରିଛନ୍ତି । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାରାମତି ଗସ୍ତ କରିପାରନ୍ତି । କହିରଖୁଛୁ କି, ଅବତରଣ ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅବତରଣ ସମୟରେ ବିମାନଟି ପୁରା କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସମସ୍ତ ଛଅଜଣଙ୍କର ମୃତ୍ୟୁ ସୁନିଶ୍ଚିତ କରାଯାଇଛି ।

ସକାଳ ୮:୪୫ ରେ ବାରାମତୀ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା । ଚାର୍ଟର ବିମାନ ଅବତରଣ କରିବାକୁ ଯାଉଥିବା ବେଳେ କ୍ରାଶ ହୋଇଥିଲା ।

Leave a Reply

Your email address will not be published. Required fields are marked *