କୁଖ୍ୟାତ ୧୫ ବର୍ଷୀୟ ମାଓବାଦୀ ରୋୟା କାଲୁଣ୍ଡି ଆତ୍ମସମର୍ପଣ

ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ହାର୍ଡକୋର ମାଓବାଦୀ ସହଯୋଗୀର ଆତ୍ମସମର୍ପଣ । ମୋଛୁ ଏବଂ ଅନମୋଲ ସହିତ ମିଶି କରୁଥିଲା ବଡ଼ ଅପରେସନ । ରାଉରକେଲା ପୋଲିସ କବଳରେ ବର୍ତ୍ତମାନ ଜଣେ କୁଖ୍ୟାତ ୧୫ ବର୍ଷୀୟ ମାଓବାଦୀ ରୋୟା କାଲୁଣ୍ଡି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୀତିରେ ଅନୁପ୍ରାଣିତ ହୋଇ କରିଛି ସରେଣ୍ଡର।ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ବହୁ ମାଓ ଅପରାଧରେ ସାମିଲ ଅଛି ଅଭିଯୁକ୍ତ । ରାଉରକେଲା ପୋଲିସ ଜିଲ୍ଲାର କେବଲାଙ୍ଗ, ବନ୍ଧମୁଣ୍ଡା ସହ ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସରଣ୍ଡା ଜଙ୍ଗଲରେ ମୋଷ୍ଟ ଆକ୍ଟିଭ ଯୁବ ମାଓବାଦୀ ଥିଲା ଅଭିଯୁକ୍ତ । ୨୦୨୨ରେ ମାଓ ସଂଗଠନରେ ଯୋଗ ଦେଇଥିଲା ରୋୟା କାଲୁଣ୍ଡି । ଟପ ମାଓ ନେତା ମୋଛୁ ଓ ଅନମୋଲର ନେତୃତ୍ୱରେ ଚଳାଇଥିଲା ମାଓ କାର୍ଯ୍ୟକଳାପ ।ବାଙ୍କୋ ପଥର ଖଣିକୁ ଯାଉଥିବା ବିସ୍ପୋରକ ଲୂଟ ମାମଲା ସହ ଟୋପାଡ଼ିହିରେ ରେଳବାଇ ଟ୍ରାକ ବିସ୍ପୋରଣ ସହ ବିଭିନ୍ନ ଚାଇବାସା, ତିରିଲିପୋଷ, ବଲିବା ଏବଂ ଲାଇଲର ଅଞ୍ଚଳରେ IED ବିସ୍ପୋରଣ ମାମଲାରେ ସେଜଡ଼ିତ ଅଛି । ତାସହ ଅନ୍ୟାନ୍ୟ ବିସ୍ପୋରଣ ମାମଲାରେ ଜଡିତ ଅଛି ଅଭିଯୁକ୍ତ ମାଓବାଦୀ । ମୋଛୁର ଅଧୀନରେ ରହି ବହୁ ମାଓ ଅପରେସନରେ ଥିଲା ସାମିଲ । ସରେଣ୍ଡର କରିବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସହାୟତା ଦିଆଯିବ ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡ଼ିଆଇଜି ।

Leave a Reply

Your email address will not be published. Required fields are marked *