ପୋଲିସ ଡିଜିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ପୋଲିସ ଡିଜିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଏକ ଦୁର୍ଘଟଣା ବୀମା ଜାଲିଆତି ମାମଲାରେ ଅବହେଳା ପ୍ରଦର୍ଶନ ନେଇ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ପ୍ରସନ୍ନ ବି. ଭରାଲେଙ୍କ ଖଣ୍ଡପୀଠ ଆସନ୍ତା ୧୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।୨୦୧୭ ଅକ୍ଟୋବରରେ ୧୯ରେ ଘଟିଥିବା ଏକ ଦୁର୍ଘଟଣା ବୀମା ଜାଲିଆତି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ହାଇକୋର୍ଟରେ ଚାଲିଥିବା ଏକ ବୋଲେରୋ ପିକ୍-ଅପ୍ ଭ୍ୟାନ୍ ଦୁର୍ଘଟଣା ଓ କ୍ଷତିପୂରଣ ସଂକ୍ରାନ୍ତ ମାମଲାରୁ ବିବାଦ ଆରମ୍ଭ ହୋଇଥିଲା । ସମାନ ଗାଡ଼ିକୁ ଦେଖାଇ ୫ଟି ଅଲଗା ଅଲଗା କ୍ଷତିପୂରଣ ଦାବି କରାଯାଇଥିଲା । ଯାହାକୁ ନେଇ ବୀମା କଂପାନି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଗାଡ଼ିର ମାଲିକାନା ଓ ବୀମା ବିବରଣୀକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।ଡିଜିପିଙ୍କୁ ବୀମା କମ୍ପାନୀରୁ ଆବଶ୍ୟକ ରେକର୍ଡ ସଂଗ୍ରହ ସହ ସମସ୍ତ ତଥ୍ୟ ସଂଗ୍ରହ କରିବାରୁ ଦାୟିତ୍ୱ ଦେଇଥିଲେ ସୁପ୍ରିମକୋର୍ଟ । ମାତ୍ର ଡିଜିପି କୌଣସି ବ୍ୟକ୍ତିଗତ ତଦାରଖ ନକରି କେବଳ କଟକ ସ୍ଥିତ ସିଆଇଡି, କ୍ରାଇମବ୍ରାଞ୍ଚ ଡିଏସପିଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲେ। କୋର୍ଟରେ ଡିସିପ ଦାଖଲ କରିଥିବା ରିପୋର୍ଟରେ କୌଣସି ନୂତନ ତଦନ୍ତ ଅବା ବୀମା କଂପାନି ଠାରୁ ଗୁରୁତ୍ବପୂର୍ଣ୍ଣ ସ୍ପଷ୍ଟୀକରଣ ଅଣଦେଖା କରାଯାଇଥିଲା । ଏପରିକି ରାଜ୍ୟ ପକ୍ଷରୁ ନିଯୁକ୍ତ ଓକିଲ ମଧ୍ୟ ତଦନ୍ତରେ ଅବହେଳା ନେଇ ସନ୍ତୋଷଜନକ ଉତ୍ତର ରଖିପାରିନଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ବ୍ୟକ୍ତିଗତ ଭାବେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଜିପିଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସତ୍ୟପାଠରେ ଦର୍ଶାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
