ତିନି ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ

ବାଂଲାଦେଶୀ ଦେଶାନ୍ତର ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ଓଡ଼ିଶା ହାଇକୋର୍ଟ

ଅନୁପ୍ରବେଶକାରୀ ବାଂଲାଦେଶୀ ଚିହ୍ନଟ ଓ ଦେଶାନ୍ତର ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ । ତିନି ସପ୍ତାହରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହା ସହ ସ୍ପେଶାଲ ଟାସ୍କ ଫୋର୍ସ ଗଠନ ସମ୍ପର୍କରେ ତଥ୍ୟ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡିଶାରେ ରହି ଆସୁଥିବା ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ଆବେଦନକାରୀ ଓକିଲ ଶିବ ଶଙ୍କର ମହାନ୍ତି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।ବାଂଲାଦେଶୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଦେଶାନ୍ତର କରିବାକୁ ମାମଲାରେ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ, ରାଜ୍ୟ ସରକାରଙ୍କ ଗୃହ ବିଭାଗ ପ୍ରମୁଖ ସଚିବ, ଓଡିଶା ପୋଲିସ ଡିଜି, କଟକ- ଭୁବନେଶ୍ୱର ପୋଲିସ କମିଶନର, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ସଚିବ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ଅଞ୍ଚଳରେ କେତେ ବିଦେଶୀ ବା ବାଂଲାଦେଶୀ ରହୁଛନ୍ତି, ପ୍ରତିମାସରେ ତାର ରିପୋର୍ଟ ପ୍ରଦାନ କରିବା କଥା। ବିଭିନ୍ନ ସମ୍ବାଦପତ୍ର ତଥ୍ୟ ଅନୁଯାୟୀ ଓଡ଼ିଶାରେ ପାଖାପାଖି ଦେଢ଼ ଲକ୍ଷ ବାଂଲାଦେଶୀ ରହୁଛନ୍ତି।

Leave a Reply

Your email address will not be published. Required fields are marked *