ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କାଲିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଆଜି ବସିବ ସର୍ବଦୈଳୀୟ ବୈଠକ। ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧୀ । ଗୃହ କାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ସହଯୋଗ ଲୋଡିବେ ବାଚସ୍ପତି । ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସି ବିଧାନସଭାରେ ଉଦବୋଧନ ଦେବେ ମହାମହିମ । ଅପରାହ୍ନରେ ଉଦବୋଧନ ଦେବେ ରାଷ୍ଟ୍ରପତି ।ପ୍ରଥମଥର ପାଇଁ ଓଡିଶା ବିଧାନସଭା ଇତିହାସରେ ଗୃହକୁ ଉଦବୋଧନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୨୭ରୁ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ବିଧାନସଭା ଶୀତ ଅଧିବେଶନ ।

Leave a Reply

Your email address will not be published. Required fields are marked *