୫ ଦିନିଆ ରିମାଣ୍ଡରେ ଶଙ୍କର-ସୁରେଶ

୫ ଦିନିଆ ରିମାଣ୍ଡରେ ଶଙ୍କର-ସୁରେଶ

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍‌ ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକକୁ ରିମଣ୍ଡରେ ନେବାକୁ ଗତକାଲି ଆବେଦନ କରିଥିଲା କ୍ରାଇମନ୍ରାଞ୍ଚ। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ମାଷ୍ଟରମାଇଣ୍ଡ ଶଙ୍କର ଓ ସୁରେଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ପୂର୍ବରୁ କ୍ରାଇମ୍ ବ୍ରାଞ୍ଚ୍ ମୁନା ମହାନ୍ତି, ବଳରାମ ସାହୁଙ୍କ ସମେତ ୩ଜଣଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା।ସୂଚନା ଅନୁଯାୟୀ, ଶନିବାର ଦିନ ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିକୁ କ୍ରାଇମ୍‌ବ୍ରାଞ୍ଚ୍‌ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିବା ପରେ ସୋମବାର କୋର୍ଟଚାଲାଣ କରାଯାଇଥିଲା । ତା’ସହ ସିଲିକନ୍‌ ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକକୁ ବି ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ ସନ୍ଧ୍ୟାରେ ହାଜର କରାଯାଇଥିଲା । ଶଙ୍କରର ଓକିଲ ଅନୀଲ କୁମାର ପଣ୍ଡା ଜାମିନ୍‌ ଆବେଦନ କରିଥିଲେ । କୋର୍ଟ ଜାମିନ୍‌ ନାମଞ୍ଜୁର କରିବା ସହ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦେଇଥିଲେ।