ଭେଙ୍କଟେଶ୍ବର ମନ୍ଦିର ଦଳାଚକଟା: ଗଞ୍ଜାମ ଜିଲ୍ଲାର ଓଡ଼ିଆ ଯୁବତୀଙ୍କ ମୃତ୍ୟୁ
ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡିଆ ଯୁବତୀ ମୃତ । ମୃତ ଯୁବତୀ ଜଣକ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର । ଗୁଡ଼ିପଦର ଗାଁର ୨୧ ବର୍ଷୀୟା ଆର ରୁପା ଦଳାଚକଟାରେ ପ୍ରାଣ ହରାଇଛନ୍ତି । ତାଙ୍କ ସହ ଥିବା ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ରୁପାଙ୍କ ମୃତଦେହ ଚିହ୍ନଟ ପରେ ଗାଁକୁ ଆସିଛି । ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ତାଙ୍କର ଶେଷକୃତ୍ୟ କରାଯିବ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ କାଶୀବୁଗା ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।
