ଶ୍ରୀକାକୁଲମ କାଶୀବୁଗା ଭେଙ୍କଟେଶ୍ବର ମନ୍ଦିରରେ ବଡ଼ ଅଘଟଣ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗା ଭେଙ୍କଟେଶ୍ବର ମନ୍ଦିରରେ ବଡ଼ ଅଘଟଣ ଘଟିଛି । ଏକାଦଶୀ ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟାରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା । ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।ଖବର ମୁତାବକ, ଶ୍ରୀକାକୁଲମ ଭେଙ୍କଟେଶ୍ବର ମନ୍ଦିରରେ କାର୍ତ୍ତିକ ମାସ ଯୋଗୁଁ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁ ଭିଡ଼ ଲାଗିରହିଥିଲା । ଭିଡ଼ ଏତେ ଥିଲା ଯେ, ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଲା ନାହିଁ । ଶ୍ରଦ୍ଧାଳୁ ଧକ୍କାଧକ୍କି ହୋଇ ପରସ୍ପର ଉପରେ ପଡ଼ିଥିଲେ । ଫଳରେ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା । ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଭିଡ଼କୁ ପରିଚାଳନା କରିବା ଏବଂ ରିଲିଫ୍ କାର୍ଯ୍ୟରେ ସହାୟତା କରିବା ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାୟଡୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହିଛି । ରାଜ୍ୟ କୃଷି ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମନ୍ଦିର କର୍ତ୍ତୃପକ୍ଷ ସହିତ କଥା ହୋଇଛନ୍ତି ।