ବାଲେଶ୍ଵରରୁ ଅରବିନ୍ଦ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ପଞ୍ଚମ ଦଲାଲ ଗିରଫ

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ପଞ୍ଚମ ଦଲାଲ ଗିରଫ। ବାଲେଶ୍ବର ସିଂଲା ଥାନା ଅନ୍ତର୍ଗତ ନବରା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି। ତାଙ୍କ ଲିଙ୍କ୍ ର ପ୍ରମାଣ ମିଳିଛି। ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିରେ ତନାଘନା ଜୋରଦାର କରିଛି କ୍ରାଇମବ୍ରାଞ୍ଚ।କିଙ୍ଗପିନ ଶଙ୍କର ପୃଷ୍ଟି ଲିଙ୍କରେ ଭୁବନେଶ୍ବର ରଘୁନାଥପୁରରେ ଥିବା ଅନଲାଇନ ପରୀକ୍ଷା କେନ୍ଦ୍ର ଲିଙ୍ଗରାଜ ଇନଫୋ ସୋଲ୍ ରେ ରେଡ୍ କରି ଏହାକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ଏବେବି ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ପାଖରେ ପହଞ୍ଚି ପାରିନାହାନ୍ତି ତଦନ୍ତକାରୀ ଟିମ୍।

Leave a Reply

Your email address will not be published. Required fields are marked *