ଦୁର୍ଗାପୂଜାରେ ପଲିଥିନ୍ କ୍ୟାରି ବ୍ୟାଗରେ ଭୋଗ ନ ନେବା ପାଇଁ ପରାମର୍ଶ
ଦୁର୍ଗାପୂଜାରେ ପଲିଥିନ୍ କ୍ୟାରି ବ୍ୟାଗରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅପିଲ୍ କରିଛି। ପ୍ଲାଷ୍ଟିକର ବ୍ୟବହାର ଏବଂ ଅଳିଆ ଆବର୍ଜନାକୁ ରୋକିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଏହି କିଓସ୍କଗୁଡ଼ିକ ବାରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ଼, ଝାରପଡ଼ା ଏବଂ ଡମଣା ଭଳି ବଡ଼ ମଣ୍ଡପରେ ସ୍ଥାପନ କରାଯିବ। ସଚେତନତା ଅଭିଯାନ ତଦାରଖ କରିବା ପାଇଁ ବିଏମସି ତିନି ଜୋନାଲ ଡେପୁଟି କମିସନରଙ୍କ ସମେତ ଅଧିକାରୀମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ।ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟକ୍ରମେ କିଓସ୍କରେ ବସିବେ । ପାରମ୍ପରିକ ପୋଖରୀ ନିକଟରେ ଖୋଳାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି କିପରି ବିସର୍ଜନ କରାଯିବ ସେ ବିଷୟରେ ପୂଜା କମିଟି ସଦସ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
