ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମଧ୍ୟପ୍ରଦେଶ ମୁହାଁ ଲଘୁଚାପ, କାଲିଠୁ କମିବ ବର୍ଷାର ପରିମାଣ

ମଧ୍ୟପ୍ରଦେଶ ମୁହାଁ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ବର୍ତ୍ତମାନ ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଉପରେ କେନ୍ଦ୍ରୀଭୂତ ରହିଛି । ଏହା ପ୍ରଭାବରେ ମହାନଦୀ ଉପରମୁଣ୍ଡ ଓ ଛତିଶଗଡ଼କୁ ଲାଗି ଥିବା ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି । ଲଘୁଚାପ ଯୋଗୁଁ ଗତ ୩ ଦିନ ହେଲା ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି । ଆଜି ବିଜୁଳି ,ଘଡ଼ଘଡ଼ି ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । କାଲିଠୁ କମିବ ବର୍ଷା ପରିମାଣ । ଅନ୍ୟପଟେ ବର୍ଷା ଯୋଗୁଁ ବର୍ତ୍ତମାନ ରାଜ୍ୟର ଏକାଧିକ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲାଯାଇଛି ।