ନିଆଁ ଦେଖି ତିନି ମହଲାରୁ ଡେଇଁ ପଡ଼ିଲେ ମାଲିକ !
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୩ମହଲା କୋଠା। ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ନନ୍ଦନବିହାର ଅଞ୍ଚଳରେ। ଆଜି ସକାଳୁ ୩ ମହଲା ବିଶିଷ୍ଟ ଏହି କୋଠାରେ ନିଆଁ ଲାଗିଥିଲା ।ସୂଚନା ଅନୁଯାୟୀ ଘରଟି ଏମ୍ବାସୀ ବାର ମାଲିକଙ୍କର ଅଟେ । ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିକାଣ୍ଡ ସମୟରେ ତିନି ମହଲାରୁ ଡେଇଁ ପଡିଥିଲେ ଘରର ମାଲିକ ।
ତେବେ ତାଙ୍କ ମୁଣ୍ଡରେ ଶାକ୍ତ ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି । ହଠାତ ନିଆଁ ଦେଖି ଘର ମାଲିକଙ୍କ ସ୍ତ୍ରୀ ଓ ପିଲା ବାଥରୁମରେ ପଶିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଙ୍କୁ ଆୟତ୍ତ କରିବା ସହ ବାଥରୁମରେ ପଶିଥିବା ସ୍ତ୍ରୀ ଓ ପିଲାଙ୍କୁ ଲାଡର ସାହାର୍ଯ୍ୟରେ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।
