ରାଜଧାନୀରେ ପୁଣି ଜୀବନ ହାରିବା ଉଦ୍ୟମ

ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଲେ ଯୁବକ

ରାଜଧାନୀରେ ପୁଣି ଜୀବନ ହାରିବା ଉଦ୍ୟମ । ପାରିବାରିକ ବିବାଦ ପାଇଁ ଦେହରେ ଲଗାଇଲେ ନିଆଁ ଯୁବକ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଘରୋଇ କଲେଜରେ ଅଘଟଣ ଘଟିଛି । ସେ ଘରୋଇ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଗୁରୁତର ଅବସ୍ଥାରେ ଯୁବକ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଶରୀରର ୧୫ ପ୍ରତିଶତ ପୋଡିଯାଇଛି । ଭାଇ-ଭଉଣୀଙ୍କ ସହ ବିବାଦକୁ ନେଇ ଏଭଳି କାଣ୍ଡ କରିଛନ୍ତି ଯୁବକ । ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର। ଯୁବକଙ୍କ ବୟସ ୩୦ ବର୍ଷ ହେବ ।