FM ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ

‘ଅଗଷ୍ଟ ୪ ସୁଦ୍ଧା ‘ଶକ୍ତିଶ୍ରୀ’ ସଂଯୋଜିକା ଦାୟିତ୍ୱ ଦିଅ’

ବାଲେଶ୍ବର FM ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ। ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା। ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ। ଅଗଷ୍ଟ ୪ ସୁଦ୍ଧା ଜଣେ ଅଧ୍ୟାପିକାଙ୍କୁ ଶକ୍ତିଶ୍ରୀ ସଂଯୋଜିକା ଭାବେ ମନୋନୀତ କରି ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରୀଙ୍କୁ ସଶକ୍ତୀକରଣ ଓ ସେମାନଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ। ଅଗଷ୍ଟ ୪ ସୁଦ୍ଧା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଶକ୍ତିଶ୍ରୀ’ ସଂଯୋଜିକା ମନୋନୀତ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ସମସ୍ତ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ। ଟ୍ରେନିଂ, ୱାର୍କସପ୍ ମାଧ୍ୟମରେ ଛାତ୍ରୀଙ୍କୁ ଅଧିକାର ବାବଦରେ ସଚେତନ କରିବେ ଶକ୍ତିଶ୍ରୀ ସଂଯୋଜିକା।ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସହ ଘଟି ଚାଲିଥିବା ଅଘଟଣକୁ ଏଡ଼ାଇବା ପାଇଁ ଗତ ଜୁଲାଇ ମାସ ୧୯ ତାରିଖରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ରାଜ୍ୟ ସରକାର। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।