କମିଲା ହୀରାକୁଦ ଜଳସ୍ତର, ବନ୍ଦ ହେଲା ୧୦ ଗେଟ୍

ଏବେ ୧୦ଟି ଗେଟରେ ଚାଲିଛି ବନ୍ୟାଜଳ ନିଷ୍କାସନ

ଧୀରେଧୀରେ କମୁଛି ହୀରାକୁଦର ଜଳସ୍ତର , କମୁଛି ବିପଦ। ହିରାକୁଦରେ ଜଳସ୍ତର ହ୍ରାସ ପାଇଥିବାରୁ ବନ୍ଦ ହୋଇଛି ୧୦ଟି ଗେଟ୍ । ଜଳଭଣ୍ଡାରରେ ବନ୍ୟା ଜଳ ପ୍ରବେଶ କମିଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଏହି ୧୦ଟି ଗେଟକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ଅତ୍ୟଧିକ ଜଳ ନିଷ୍କାସନ ଯୋଗୁଁ ୨୦ଟି ଗେଟକୁ ଖୋଲାଯାଇଥିବା ବେଳେ ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ତେବେ ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଛି। ସେପଟେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଯୋଗାଇ ଦିଆଯାଉଥିବା ହୀରାକୁଦ ଡ୍ୟାମ ପକ୍ଷରୁ ସୂଚନା ରହିଛି । ତେବେ ବନ୍ୟାଜଳ କମୁଥିବାରୁ ଆଗକୁ ସେତେଟା ବିପଦ ନଥିବା ସୂଚନା ରଖିଛନ୍ତି ଡ୍ୟାମ କର୍ତୃପକ୍ଷ।