ଦିଲ୍ଲୀ ଏମ୍ସରେ ଭୟଙ୍କର ନିଆଁ !

ଏଣ୍ଡୋସ୍କୋପି ୱାର୍ଡରୁ ବ୍ୟାପିଲା ନିଆଁ !

ଦିଲ୍ଲୀ ଏମସରେ ଲାଗିଛି ଭୟଙ୍କର ନିଆଁ । ଭୟଙ୍କର ଅଗ୍ନିକାଣ୍ଡରେ ଜଳିଲା ଏମସର ପୁରୁଣା ଓପିଡି ବିଲ୍ଡିଂର ଦ୍ବିତୀୟ ମହଲା। କେଉଁଠୁ ନିଆଁ ଲାଗିଲା ଏନେଇ ସୂଚନା ମିଳି ନଥିବା ବେଳେ ରୋଗୀଙ୍କ ମନରେ ଖେଳିଲା ଆତଙ୍କ। ତ୍ବେ ସୂଚନା ଅନୁସାରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ନିଆଁ ଲାଗିଥିଲା । ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଦମକଳବାହିନୀର ୮ଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି ।

ପ୍ରାଥମିକ ଖବର ଅନୁଯାୟୀ ପ୍ରଥମେ ଏଣ୍ଡୋସ୍କୋପି ଓ୍ବାର୍ଡରେ ନିଆଁ ଲାଗିଥିଲା । ନିଆଁ ବ୍ୟାପିବା ପୂର୍ବରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା। ଏବଂ ସଙ୍ଗେ ଅଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଦିଲ୍ଲୀ ଏମସ କର୍ତ୍ତୃପକ୍ଷ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି । ତେବେ ମୁଖ୍ୟ କଥା ହେଲା ନିଆଁ କିପରି ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି ।