୪୮ ଘଣ୍ଟାରେ ପୁଣି କରୋନା ନେଲା ୩ ଜୀବନ
ପୁଣି କରୋନାରେ ଗଲା ଆଉ ୩ ଜୀବନ । ମଧ୍ୟପ୍ରଦେଶ ଇନ୍ଦୋରରେ ୪୮ ଘଣ୍ଟା ମଧ୍ୟରେ ଭାଇରସର ସଂକ୍ରମଣ ବୃଦ୍ଧି ପାଇଛି । ଯାହା ପରେ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛି । ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ (CMHO)ଡ଼ାକ୍ତର ମାଧବ ପ୍ରସାଦ ହାସାନୀ କହିଛନ୍ତି ଯେ, ରବିବାର ଦିନ କରୋନା ଭାଇରସ ଯୋଗୁଁ ୬୪ ବର୍ଷୀୟ ମହିଳା ଏବଂ ୫୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ବ୍ୟତୀତ ସୋମବାର ଦିନ ୫୦ବର୍ଷୀୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏଥି ସହିତ ମୃତକମାନେ ବ୍ଲଡ କ୍ୟାନସର, ଟିବି, ଡାଇବେଟିସ ଏବଂ ଥାଇରଡ ଭଳି ରୋଗରେ ପୀଡିତ ଥିଲେ । ଫଳରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା ।
