ରଥଯାତ୍ରା ପାଇଁ ଆଜିଠୁ ଲାଗୁ ହେବ ଟ୍ରାଫିକ ନିୟମାବଳୀ

ଜାଣନ୍ତୁ କେଉଁ ପଟେ ପୁରୀକୁ ଯିବେ ଏବଂ କେଉଁଠି ରଖିବେ ଗାଡ଼ି?

ରଥଯାତ୍ରା ପାଇଁ ଆଜିଠୁ ଲାଗୁ ହେବ ଟ୍ରାଫିକ ନିୟମାବଳୀ । ବ୍ରହ୍ମପୁର, କୋଣାର୍କ ଓ ଭୁବନେଶ୍ବର ପଟୁ ଆସୁଥିବା ଦୁଇ ଚକିଆ ଚାରି ଚକିଆ ଯାନ ପାଇଁ ପାର୍କିଂର ବ୍ୟବସ୍ଥା ହୋଇଛି। CHATBOT ଆପ୍ ମାଧ୍ୟମରେ ଏହାର ସୂଚନା ପାଇପାରିବେ ଶ୍ରଦ୍ଧାଳୁ। ପୁରୀକୁ ସଂଯୋଗ କରୁଥିବା ୩ଟି ପ୍ରବେଶ ପଥ ଦେଇ ଆସୁଥିବା ଯାନବାହାନ ଗୁଡ଼ିକ କେଉଁ ରାସ୍ତା ଦେଇ ଆସିବେ । ଜାଣନ୍ତୁ କେଉଁଠାରେ ଗାଡ଼ି ପାର୍କିଂ । କେଉଁ ରାସ୍ତାଦେଇ ଫେରିବେ ।

ଦୁଇଚକିଆ ଯାନ ପାଇଁ ଜାରି ହୋଇଥିବା ଟ୍ରାଫିକ୍ ନିୟମାବଳୀ ଗୁଡ଼ିକ ହେଲା:-

ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଉକ୍ତ ସ୍ଥାନ ପୂରଣ ହୋଇଯିବା ପରେ ଯାନଗୁଡିକ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ଼୍ ପଡିଆଠାରେ ପର୍ଯ୍ୟାୟ କ୍ରମରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭଠାରେ ରଖୁଥ‌ିବା ଯାନ ଗୁଡିକ ନରେନ୍ଦ୍ର କୋଣ, ଜଟିଆ ବାବାଜୀ ଛକ, କୁମ୍ଭାରପଡା ଥାନା, ଅଠରନଳା ଓ ବାଟଗ “ଗାଁ ଛକ ଦେଇ ଭୁବନେଶ୍ଵର ପାଇଁ ପ୍ରସ୍ଥାନ କରିବେ ।

କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।

ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭ ସ୍ଥାନ ପୂରଣ ହୋଇଯିବା ପରେ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳପଡିଆ, ଏହା ପରେ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍ ପଡିଆଠାରେ ପର୍ଯ୍ୟାୟ କ୍ରମେ ଗାଡ଼ି ରଖାଯିବ । ସେହିପରି ଜଗନ୍ନାଥ ବଲ୍ଲଭଠାରେ ରଖୁଥ‌ିବା ଯାନ ଗୁଡିକ ନରେନ୍ଦ୍ର କୋଣ, ମଙ୍ଗଳାଘାଟ ଛକ ଦେଇ ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ ।

ଚାରିଚକିଆ ଯାନ ପାଇଁ ଜାରି ହୋଇଥିବା ଟ୍ରାଫିକ୍ ନିୟମାବଳୀ ଗୁଡ଼ିକ ହେଲା:-

ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ଼୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ଵୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ୍ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ ।

ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମଙ୍ଗଳାଘାଟ ଛକ ଠାରୁ ଷ୍ଟଲିଂ ଛକ ପର୍ଯ୍ୟନ୍ତ ଯିବେ ଓ ସେଠାରେ ନିର୍ଦ୍ଧାରିତ ହୋଇଥିବା ଯାନ ରହଣି ସ୍ଥଳଠାରେ ନିଜ ନିଜର ଯାନଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ । ସେହିପରି କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥ୍ ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ୱୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।

କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥ୍ ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ୱୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।