ବେଆଇନ ପାଣି କମ୍ପାନୀ ସିଲ୍ କଲା ସିଏମସି

କଟକରେ ପାଣି କମ୍ପାନୀରେ ରେଡ୍

କଟକ ସହରରେ ବେଆଇନ ଭାବରେ ପାନୀୟ ଜଳ ବିକ୍ରି କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆଜି ରେଡ କରିଛି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ ।  ଶଙ୍କରପୁର ଦାସସାହି ଏବଂ ଉପର ସାହି ଅଞ୍ଚଳରେ  ଏକାଧିକ ପାଣି କମ୍ପାନୀ ଉପରେ ସିଏମସିର ଟିମ୍ ଚଢାଉ କରିଛି । ନା ବୋରିଙ୍ଗ ପାଣି ବ୍ୟବହାର କରାଯାଉଛି ନା ଏହାକୁ ବିଶୋଧନ କରାଯାଉଛି, ନା ଅଛି କୌଣସି ପଞ୍ଜିକରଣ ସମ୍ପର୍କିତ କାଗଜପତ୍ର । ଚଢାଉ ପରେ ପାଣି କମ୍ପାନୀଗୁଡ଼ିକ ସିଲ କରିଛି ସି ଏମ ସି ସ୍ବାସ୍ଥ୍ୟ ବିଭାଗ । ଡାଇରିଆର ଭୟାବହତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।  ତେବେ ଯଦି ଡାଇରିଆକୁ ନେଇ  ଏବେ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇ ନ ଥାନ୍ତା, ହୁଏତ ଏହିପରି ରେଡ ଦେଖିବାକୁ ମିଳି ନ ଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।