ଚାରି ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି

ଝାଡାବାନ୍ତି ଆତଙ୍କ: କେନ୍ଦ୍ରରୁ ଆସୁଛନ୍ତି ୧୪ ଜଣିଆ ଟିମ୍

ଚାରି ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି ।  ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ ।  କଟକ ସଦରର ଝିଙ୍କିରିଆ ଗ୍ରାମ ପଂଚାୟତରେ ବି କିଛି ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।  ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି କଲେରା ରୋଗୀ ନାହାନ୍ତି ।  ଆଜି କେନ୍ଦ୍ରରୁ  ୧୪ ଜଣିଆ ଟିମ ଆସି ଆସନ୍ତାକାଲି ଘଟଣା ସ୍ଥଳ ପରିଦର୍ଶନ କରିବେ ।  ସେମାନଙ୍କ ମଧ୍ୟରେ ICMR, NCDC, WHO, ଖାଦ୍ୟ ନିରାପତ୍ତା ସଦସ୍ୟ ରହିବେ । ସେହିପରି ଆସନ୍ତାକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣା ସ୍ଥଳକୁ ଯିବେ। ଆଜି ସକାଳୁ ଯାଜପୁରରୁ  ୨୧୩ରୋଗୀଙ୍କୁ ଚିକିତ୍ସା ଦିଆଯାଉଥିବା ଖବର ଆସିଛି । ଯେଉଁ  ୫ଜଣଙ୍କ ମୃତ୍ୟୁ ଖବର ଆସିଛି ।  ସେମାନଙ୍କ ଅଟୋସପି ରିପୋର୍ଟକୁ ଅପେକ୍ଷା କରାଯାଇଛି ।  ସଂଗୃହିତ ନମୁନାରୁ ବିଷାକ୍ତ ଜଳର ପ୍ରମାଣ ମିଳିଛି ।  ସେହିପରି ଖାଦ୍ୟ ବି ବିଷାକ୍ତ ଥିଲା ।  ଯାହା ଯାଞ୍ଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ । ଗତକାଲି ନିଜେ ପଂଚାୟତିରାଜ ସଚିବ ଘଟଣା ସ୍ଥଳରେ ସମୀକ୍ଷା କରିଛନ୍ତି ।