ଆତ୍ମସମର୍ପଣ କଲେ ୧୮ ମାଓବାଦୀ
ଛତିଶଗଡ ସୁକୁମା ଜିଲ୍ଲା ଏସପିଙ୍କ ନିକଟରେ ଆଜି 18 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଚାରି ଜଣ ହାର୍ଡଖୋର ମାଓ କମାଣ୍ଡର ରହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମରେ ପୁର୍ବରୁ ଛତିଶଗଡ ସରକାର 39 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏମାନେ ସମସ୍ତେ ଦୀର୍ଘ ଦିନ ଧରି ମାଓ ନେତା ହିଡ଼ମାର ନେତୃତରେ ସୁକୁମା ସହ ବିଜାପୁର ଓ ଦନ୍ତେୱାଡା ଜିଲ୍ଲାରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି ।ତେବେ ବର୍ତ୍ତମାନ ସରକାରଙ୍କ ନୀତି କଠୋର ହେବା ଦେଖି ନିଜ ଜୀବନ ବଞ୍ଚାଇବା ଲାଗି ଆତ୍ମସମର୍ପଣ କରିଥିବା ପୋଲିସ ନିକଟରେ କହିଛନ୍ତି । ବିଶେଷ କରି ସରକାରଙ୍କ ଆତ୍ମସମର୍ପଣ ନୀତି ରେ ଆକର୍ଷିତ ହୋଇ ସରେଣ୍ଡର କରିଛନ୍ତି ଏହି ମାଓବାଦୀ ମାନେ । ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ ମାଓବାଦୀ ଙ୍କୁ ପୁନର୍ବାସ ନୀତି ଓ ନିୟମ ନେଲ୍ଲା ଯୋଜନା ଅନୁଯାୟୀ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁକୁମା SP କିରଣ ଚୌହାନ।
