ବାସବରାଜୁ ସହ ୮ ମାଓବାଦୀଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ବାସବରାଜୁଙ୍କ ମୃତଦେହ ପରିବାରକୁ ଦେଲାନି ପୋଲିସ

ବାସବରାଜୁଙ୍କ ମୃତଦେହ ପରିବାରକୁ ଦେଲାନି ପୋଲିସ । CPI ମାଓ ମୁଖିଆ ବାସବରାଜୁ ସହ ୮ ମାଓବାଦୀଙ୍କ ଅନ୍ତିମ ସଂସ୍କାର କଲା ଛତିଶଗଡ଼ ନାରାୟଣପୁର ପୁଲିସ । ଏନକାଉଣ୍ଟରକୁ ୭ ଦିନ ବିତିଯାଇଥିବାରୁ ଶବରେ ବ୍ୟାକ୍ଟେରିଆ ହୋଇଯାଇଥିଲା । ତେଣୁ ମୃତ ମାଓବାଦୀଙ୍କ ପରିବାର ଲୋକଙ୍କ ସମ୍ମତିରେ ଶବ ସଂସ୍କାର କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ASP ଚନ୍ଦ୍ରକାର। ଅନ୍ୟପଟେ ପୋଲିସ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।ଛତିଶଗଡ଼ ପୁଲିସ ନାଁରେ ମାନବାଧିକାର ହନନ ଅଭିଯୋଗ ଆଣିଲେ ବାସବରାଜୁଙ୍କ ଭାଇ । ଛତିଶଗଡ଼ ପୁଲିସ ମୃତଦେହ ହସ୍ତାନ୍ତର କରିବାରେ ଟାଳଟୁଳ ନିତି ଅବଲମ୍ବନ କରିଥିବା ଅଭିଯୋଗ କରିଛନ୍ତି । ହାଇକୋର୍ଟ ଆଦେଶ କୁ ବି ମାନିନାହିଁ ନାରାୟଣପୁର ପୋଲିସ ବୋଲି ଅଭିଯୋଗ କରିଛନ୍ତି ମୃତ ମାଓବାଦୀଙ୍କ ପରିବାର । ଆମେ ଗଳିତ ଶବ ହେଲେବି ନିଜ ଜନ୍ମ ମାଟି ନେବା ପାଇଁ ବାରମ୍ବାର ପୋଲିସକୁ ଗୁହାରି କଲେବି କେହି ଶୁଣିଲେଣି। ଜବରଦସ୍ତ ଆମକୁ କହିଲେ ଶବ ନେଇ ପାରିବ ନାହିଁ ତୁମେ ଯଦି ଏଠି ଶବ ସତ୍କାର କରିବ ତାହେଲେ କର ନଚେତ ଆମେ ନିଜେ ଜାଳିଦେବୁ ବୋଲି କହି ପୋଲିସ CPI ମାଓବାଦୀ ମହାସଚିବ ବାସବ ରାଜୁ ସମେତ ୮ ମାଓବାଦୀଙ୍କୁ ଜଳିଦେଲେ ବୋଲି ଅଭିଯୋଗ କରିଛନ୍ତି ।